Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଙ୍କଟରେ ଜନସନ ସରକାର, ଇସ୍ତଫା ଦେଲେଣି ୨୭ ମନ୍ତ୍ରୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଙ୍କଟରେ ଜନସନ ସରକାର, ଇସ୍ତଫା ଦେଲେଣି ୨୭ ମନ୍ତ୍ରୀ

ଲଣ୍ଡନ,ଏଜେନ୍ସି: ବିପଦରେ ଜନସନ ସରକାର । ଟଳମଳ ହେଲାଣି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗାଦି । ବର୍ତ୍ତମାନ ଜନସନଙ୍କ ସରକାରରେ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟୁଛି । ପ୍ରଥମେ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ ଓ ଅର୍ଥମନ୍ତ୍ରୀ ରିଷି ସୁନାକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ ଇସ୍ତଫା ଦେଇ ବୋରିସ ଜନସନଙ୍କ ଚିନ୍ତା ବଢାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୭ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏଭଳି ଇସ୍ତଫା ଜାରି ରହିଲେ ଜନସନଙ୍କ ସରକାର ଖୁବଶୀଘ୍ର ଭୁଶୁଡି ଯିବ ବୋଲି ଆଶଙ୍କା କରାଯାଉଛି ।

ଆଜି ଶିଶୁ ଓ ପରିବାର କଲ୍ୟାଣ ମନ୍ତ୍ରୀ ୱିଲ କୁଇନ୍ସ ଏବଂ ପରିବହନ ମନ୍ତ୍ରୀ ଲଉରା ଟ୍ରୋଟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରଥମେ ଅର୍ଥମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ସେମାନେ ସିଧାସଳଖ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ଓ ସରକାର ଚଳାଇବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ । ସରକାରରେ ଏକାଧିକ ଦୁର୍ନିତୀ ଯୋଗୁଁ ସେମାନେ ରହିବାକୁ ଚାହୁଁ ନଥିବା ସଫା ସଫା କହିଥିଲେ ଦୁଇ ମନ୍ତ୍ରୀ । ଏବେ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ସୁଅ ଛୁଟିବା ପରେ ଏବେ ଜନସନ ସରକାରଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଏହାକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।