କାଲି ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ । ମୁଖ୍ୟମନ୍ତ୍ରୀ ମାନଙ୍କ ବିବାହ ଡାକ୍ତର ଗୁରପ୍ରୀତ କୌରଙ୍କ ସହ ହେବ । ମାନଙ୍କ ଆବାସରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପୁରା ପରିବାର ସହ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ୨୦୧୬ରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଛାଡ଼ପତ୍ର ହୋଇଥିଲା । ଛାଡ଼ପତ୍ର ପରେ ପତ୍ନୀ ଇନ୍ଦ୍ରଜୀତ କୌର ୨ ସନ୍ତାନଙ୍କୁ ନେଇ ଆମେରିକା ଚାଲି ଯାଇଥିଲେ । ମାର୍ଚ୍ଚରେ ବିଧାନସଭା ନିର୍ବାଚନ ସମ୍ପନ୍ନ ହେବା ପରେ ଭଗବନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବରେ ୨ ସନ୍ତାନ ଉପସ୍ଥିତ ଥିଲେ ।