ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ।
ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୧୯ ରହିଛି ନାମାଙ୍କନ ଦାଖଲର ଶେଷ ଦିନ। ଜୁଲାଇ ୨୦ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ଜୁଲାଇ ୨୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ରହିଛି। ଆବଶ୍ୟକ ସ୍ଥଳେ ଯଦି ନିର୍ବାଚନ ହୁଏ ଅଗଷ୍ଟ ୬ରେ ମତଦାନ ହୋଇ ସେହି ଦିନ ଭୋଟ ଗଣତି ହେବ। ନିର୍ବାଚନ ଆୟୋଗ ଲୋକସଭା ସେକ୍ରେଟାରୀ ଜେନେରାଲ ଉତ୍ପଳ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିୟୋଜିତ କରିଛନ୍ତି।
ଆସନ୍ତାକାଲି ଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବା ବେଳେ, ଏବେ ଦେଖିବାର କଥା ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେଉଛି ନା ଉଭୟ ସରକାରୀ ବିରୋଧୀ ଦଳ ମିଳିତ ପ୍ରାର୍ଥୀ ଦେଉଛନ୍ତି।