ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କିଛି ଆଦେଶ ବିରୋଧରେ ଟ୍ୱିଟର କର୍ଣ୍ଣାଟକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । କଣ୍ଟେକ୍ଟକୁ ନେଇ ସରକାରଙ୍କ କିଛି ଆଦେଶକୁ ଫେରାଇ ନେବାକୁ କମ୍ପାନୀ ଦାବି କରିଛି । କ୍ଷମତାର ଦୂରୁପଯୋଗ କରାଯାଉଥିବା ନେଇ ଟ୍ୱିଟର ପକ୍ଷରୁ ହାଇକୋର୍ଟରେ ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି ।
ସୁତ୍ର ଅନୁସାରେ, ଏହାପୂର୍ବରୁ ଟ୍ୱିଟର ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ୨୭ ଜୁନରେ ଜାରି ହୋଇଥିôବା ଶେଷ ନୋଟିସକୁ ପାଳନ କରିଛି । ଟ୍ୱିଟର ପାଇଁ ଏହାର ସମୟ ସୀମା ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୪ ନିର୍ଦ୍ଧାରଣ କରାଯାଇଥିଲା ।
ଅନ୍ୟପଟେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କୌଣସି କମ୍ପାନୀ ହେଉ କିମ୍ବା କୌଣସି କ୍ଷେତ୍ର ସମସ୍ତଙ୍କୁ ଭାରତର ଆଇନ ମାନିବାକୁ ପଡ଼ିବ । ଦେଶର ସଂସଦରେ ଯେଉଁ ଆଇନ ପାରିତ ହେଉଛି ତାକୁ ପାଳନ କରିବା ସଭିଙ୍କ କର୍ତ୍ତବ୍ୟ ।