ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ କରିଛନ୍ତି । ଏହାର ଅର୍ଥ ସରକାର ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି । ବିଧାନସଭାରେ ୧୬୪ ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ ଗଣନା କରାଯାଇ ନାହିଁ ନଚେତ୍ ସଂଖ୍ୟା ୧୬୫ ହୋଇଥାନ୍ତା । ଅନ୍ୟପଟେ ବିରୋଧରେ ୯୯ ଭୋଟ ପଡ଼ିଛି ଯାହାକି ଏମଭିଏ ସମର୍ଥନରେ ଆସିଛି ।
ବିଧାନସଭାରେ ଭୋଟ ଦେଇ କଂଗ୍ରେସ ବିଧାୟକ କୈଳାଶ ଗୋରାଣ୍ଟିଆଲ କହିଛନ୍ତି ଯେ, ରାଜନୀତିରେ ପୂର୍ବରୁ ସାମ, ଦାମ, ଦଣ୍ଡ, ଭେଦ ଜରୁରୀ ଥିଲା । ଆଉ ଏବେ ଇଡ଼ି, ସିବିଆଇ ଓ ରାଜ୍ୟପାଳ ଜରୁରୀ । ଏହାକୁ ନେଇ ସିନ୍ଦେ ଗ୍ରୁପ ଆପତ୍ତି ଜାହିର କରିଥିଲେ ।
ସୂଚନାଯୋଗ୍ୟ, ବିଧାନସଭା ଭୋଟିଂ ସମୟରେ ୮ ବିଧାୟକ ଅନୁପସ୍ଥିତ ଥିଲେ । ଏଥିରେ କଂଗ୍ରେସର ୫ ବିଧାୟକ, ସମାଜବାଦୀ ପାର୍ଟିର ୨ ବିଧାୟକ ଓ ଏଆଇଏମଆଇଏମର ୨ଜଣ ସାମିଲ ଥିଲେ ।