Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଜେଟ୍ ଉପସ୍ଥାପନ: କୃଷି ବିଭାଗକୁ ୨୧,୧୬୬କୋଟି, କାଳିଆ ଯୋଜନାକୁ ୧.୮୭୪କୋଟି ବ୍ୟୟବରାଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଜେଟ୍ ଉପସ୍ଥାପନ: କୃଷି ବିଭାଗକୁ ୨୧,୧୬୬କୋଟି, କାଳିଆ ଯୋଜନାକୁ ୧.୮୭୪କୋଟି ବ୍ୟୟବରାଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍‌ରେ କୃଷି ବିଭାଗକୁ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । କୃଷି ବିଭାଗ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୧,୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

କୃଷି ବଜେଟ୍ ଆଗତ କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, କୃଷି କ୍ଷେତ୍ରର ଉନ୍ନତି ପାଇଁ ସରକାର ସମୃଦ୍ଧି କୃଷି ନୀତି-୨୦୨୦ ଅନୁସାରେ କାମ କରୁଛନ୍ତି । ରାଜ୍ୟ ସରକାର ଫସଲର ବିବିଧତା, ବଜାର ସଂଯୋଗୀକରଣ ଏବଂ ବୈଷୟିକ ଜ୍ଞାନକୌଶଳଦ୍ୱାରା ଏହି କୃଷିନୀତି ଚାଷୀଙ୍କୁ ଫସଲର ଉତ୍ତମ ମୂଲ୍ୟ ଦେଇ ଆୟରେ ଦୃଷ୍ଟାନ୍ତମୂଳକ ଅଭିବୃଦ୍ଧି ଆଣିବବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଶାବ୍ୟକ୍ତ କରିଛନ୍ତି ।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ,୨୦୧୮-୧୯ରେ ଆରମ୍ଭ ହୋଇଥିବା କାଳିଆ ଯୋଜନାକୁ ଦେଶର ବିଭିନ୍ନ ମଞ୍ଚରେ ସ୍ୱୀକୃତି ଏବଂ ପ୍ରଶଂସା ମିଳିଛିି । ଏହି ଯୋଜନାରେ ରାଜ୍ୟର ୩୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୮ଲକ୍ଷ ଭୂମିହୀନ ଚାଷୀ ପରିବାର ଉପକୃତ ହୋଇଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର କାଳିଆ ଯୋଜନା ପାଇଁ ୧,୮୭୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ଗବେଷଣା ଓ ସମ୍ପ୍ରସାରଣ ଶିକ୍ଷାକୁ ସୁଦୃଢ଼ କରିବା ତଥା ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ୧୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ବିଧାନସଭାରେ କହିଛନ୍ତି । ରାଜ୍ୟରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅଭିବୃଦ୍ଧି କରିବା ପାଇଁ ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଯୋଜନାରେ ୩୧୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଜାତୀୟ ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଉଦ୍ୟାନ କୃଷିର ଉତ୍ପାଦନ ବୃଦ୍ଧି, ପୋଷଣ ନିରପତ୍ତାରେ ଉନ୍ନତି ଓ କୃଷକ ପରିବାରକୁ ଆୟ ସହାୟତା ଯୋଗାଇ ଦେବା ପାଇଁ ୧୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ରାଜ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ବ୍ୟବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାନରେ ପୁଞ୍ଜି ବିନିଯୋଗ, କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପସେଟ୍ ଚାହିଦା ବଢ଼ାଇବା ପାଇଁ ୪୩୨କୋଟି ଟଙ୍କାର ରିହାତି ପ୍ରସ୍ତାବ ରହିଛି ।

ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ସମ୍ବଳର ଉତ୍ପାଦନ, ଏକତ୍ରୀକରଣ, ପ୍ରକିୟାକରଣ, ଭଣ୍ଡାରଣ, ବିତରଣ ଏବଂ ବିପଣନ ନିମନ୍ତେ କୃଷକ ଉତ୍ପାଦନ ସଂଗଠନ (ଏଫ୍‌ପିଓ)କୁ ୨୫ କୋଟି ଟଙ୍କା ସହାୟତା ଦେବାକୁ ବଜେଟ୍‌ରେ ପ୍ରସ୍ତାବ ରହିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବିଧାନସଭାରେ କହିଛନ୍ତି ।