Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜଧାନୀରେ ଶତକ ମୁହାଁ ଦୈନିକ ସଂକ୍ରମଣ, ପଟିଆରୁ ସର୍ବାଧିକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜଧାନୀରେ ଶତକ ମୁହାଁ ଦୈନିକ ସଂକ୍ରମଣ, ପଟିଆରୁ ସର୍ବାଧିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଗତ ୨୪ ଘଣ୍ଟାରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚଳିତ ସପ୍ତାହକର ରିପୋର୍ଟକୁ ଦୃଷ୍ଟିକୁ ନେଲେ କରୋନା ସଂକ୍ରମଣ ଧୀରେ ଧରେ ମାଡ଼ିଚାଲିଛି । ଏବେ ଦୈନିକ ସଂକ୍ରମଣ ଶତକମୁହାଁ ହୋଇଛି । ଗତ ୨୮ତାରିଖରେ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୨୯ରେ ୫୮ ଓ ୩୦ରେ ୬୯ ଜଣ ଚିହ୍ନଟ ହୋଇଥିଲେ ।

ଗତକାଲି ଅର୍ଥାତ ଶୁକ୍ରବାର ୭୦ ଜଣ ଏବଂ ଶନିବାର ମିଳିଥିବା ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ତେବେ ସହରରୁ ଚିହ୍ନଟ ହେଉଥିବା ସମସ୍ତ ସଂକ୍ରମିତ ସ୍ଥାନୀୟ ମାମଲା ରହୁଥିବାରୁ ଏହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢ଼ାଉଛି । ତେବେ ଶନିବାର ବିଏମ୍‌ସି ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ଗତ ୨୪ଘଣ୍ଟା ମଧ୍ୟରେ ପଟିଆରୁ ସର୍ବାଧିକ ୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଡୁମୁଡ଼ୁମାରୁ ୭ଜଣ, ଖଣ୍ଡଗିରିରୁ ୬ ଜଣ, ନୟାପଲ୍ଲୀ ଓ ପୋଖରୀପୁଟରୁ ୫ ଜଣ ଲେଖାଏଁ, ବରମୁଣ୍ଡାରୁ ୪ ଜଣ, ଚନ୍ଦ୍ରଶେଖରପୁରରୁ ୪ ଜଣ, ୟୁନିଟ୍‌-୪, ୟୁନିଟ୍‌-୬, ନିଳାଦ୍ରୀ ବିହାର ଓ ଲକ୍ଷ୍ମୀ ସାଗରରୁ ୩ଜଣ ଲେଖାଏଁ, ସୁନ୍ଦରପଦା, ମଞ୍ଚେଶ୍ୱର, ପଳାଶୁଣି, କୋଳଥିଆ, ଝାରପଡ଼ା ଓ ଜୟଦେବ ବିହାର ଅଞ୍ଚଳରୁ ୨ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର, ଭରତପୁର, ଭୀମଟାଙ୍ଗୀ, ବମିଖାଲ, ଘାଟିକିଆ, ଜାଗମରା, ନହରକଣ୍ଟା, ପୁରୁଣା ଭୁବନେଶ୍ୱର, ସହିଦ ନଗର, ଟଙ୍କପାଣିରୋଡ଼ ଓ ୟୁନିଟ୍‌-୮ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ସହରରୁ ମୋଟ୍ ୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୫୫ ହଜାର ୮୬୭ରେ ପହଞ୍ଚିଛି । ତେବେ ଏବେ ମଧ୍ୟ ୩୨୩ଟି ସକ୍ରିୟ ମାମଲା ରହିଛି । ଯଦିଓ ମୃତ୍ୟୁ ସଂଖ୍ୟା ୧୧୯୩ରେ ସ୍ଥିର ରହିଛି କିନ୍ତୁ ଏପର୍ଯ୍ୟନ୍ତ ମୋଟ୍ ୧ଲକ୍ଷ ୫୭ ହଜାର ୪୦୪ଟି ମାମଲା ଚିହ୍ନଟ ହୋଇସାରିଛି ।