ହାଇଦ୍ରାବାଦରେ ବିଜେପି ରାଷ୍ଟ୍ରୀୟ ଦ୍ୱି-ଦିବସୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନୀ ଭାଷଣର ଶୁଭାରମ୍ଭ କରିଥିଲେ । ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୮ ବର୍ଷର କାର୍ଯ୍ୟକାଳରେ ଗରିବ କଲ୍ୟାଣ ପାଇଁ ପ୍ରଶାସନିକ ଯୋଜନା, ସାମାଜିକ ଉତଥାନକୁ ନେଇ ରାଷ୍ଟ୍ରବାଦୀ ଚିନ୍ତାଧାରା ଓ ସଶକ୍ତ ଭାରତ ନିର୍ମାଣ ସଙ୍କଳ୍ପକୁ ସ୍ୱାଗତ କରୁଛି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆହୁରି କହିଛନ୍ତି ଯେ, ଜନ ଧନ ଯୋଜନା ଅନ୍ତର୍ଗତ ୪୫ କୋଟି ହିନ୍ଦୁସ୍ତାନୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଆର୍ଥିକ ରୂପେ ସଶକ୍ତ କରିଛନ୍ତି । ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶବାଦ ଯୋଜନା ବଳରେ ପରିବାରବାଦ, ଜାତିବାଦ ଓ ତୁଷ୍ଟୀକରଣକୁ ହରାଯାଇଛି । ଆମ କେନ୍ଦ୍ର ଓ ରାଜ୍ୟ ସରକାର ସକ୍ରିୟ ରୂପେ ଗରିବଙ୍କ ପାଇଁ ଯୋଜନା ଚଲାଇଛନ୍ତି ।