ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ବାସଭବନରେ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ମାତ୍ର ୧୨ଜଣ ବୈଠକ ସାମିଲ ହୋଇଥିଲେ । ଏହାର ଅର୍ଥ ଆଦିତ୍ୟ ଠାକରେଙ୍କୁ ମିଶାଇ ଉଦ୍ଧବଙ୍କ ପାଖରେ ମାତ୍ର ୧୩ଜଣ ବିଧାୟକ ରହିଛନ୍ତି । ଆହୁରି ବିଧାୟକ କମିବେ ବୋଲି ସୂଚନା ମିଳିଛି ।
ଏହି ପରିପ୍ରେକ୍ଷୀରେ ଶିବସେନା ନେତା ସଞ୍ଜୟ ରାୱତ ଏକ ବଡ଼ ବୟାନ ଦେଇଛନ୍ତି । ରାୱତ କହିଛନ୍ତି ଯେ, ଏକନାଥ ସିନ୍ଧେଙ୍କ ଗ୍ରୁପର ୨୧ ବିଧାୟକ ଆମ ସମ୍ପର୍କରେ ରହିଛନ୍ତି । ଆମ ପାଖରେ ଏମବିଏ ବିଜୟକୁ ସାବ୍ୟସ୍ତ କରିବା ପାଇଁ ସଂଖ୍ୟା ରହିଛି । ଉଦ୍ଧବ ଠାକରେ ଖୁବଶୀଘ୍ର ବର୍ଷା ବଙ୍ଗଳାକୁ ଫେରିବେ ।