ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାୟ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୧୫୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦେଶର ପୂର୍ବ ପତ୍ରିକା ପ୍ରାନ୍ତରେ ୬ ତୀବ୍ରତାରେ ଭୂକମ୍ପ ଆସିଥିଲା । ଉଦ୍ଧାରକାରୀ ଦଳ ହେଲିକପ୍ଟର ସାହଯ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି ।
ୟୁରୋପିୟନ ମେଡିଟେରିୟନ ସେସମୋଲୋଜିକାଲ ସେଣ୍ଟର ଅନୁସାରେ, ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ପ୍ରତିକ୍ଷଦର୍ଶୀ କହିଛନ୍ତି ।