ସିଦ୍ଧୁ ମୁସେୱାଲା ହତ୍ୟାକଣ୍ଡରେ ଲୋରେନ୍ସ ବିସ୍ନୋଇ ଗିରଫ

ପଞ୍ଜାବ: ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଉକ୍ତ ମାମଲାରେ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିସ୍ନୋଇକୁ ପଞ୍ଜାବ ପୁଲିସ ଗିରଫ କରିଛି । ସିଦ୍ଧୁ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ଔପଚାରିକ ଭାବେ ଲୋରେନ୍ସଙ୍କୁ ଗିରଫ କରିବାକୁ ଅନୁମତି ପ୍ରଦାନ କରିଥିଲେ । ଗିରଫ ପରେ ଲୋରେନ୍ସକୁ ଦିଲ୍ଲୀର ଅଦାଲତରେ ହାଜର କରାଯାଇଥିଲା ।

ପଞ୍ଜାବ ପୁଲିସ ତରଫରୁ ଜମା କରାଯାଇଥିବା ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ ଏବେ ବିଚାରଧୀନ ରହିଥିବା ଦିଲ୍ଲୀ କୋର୍ଟ କହିଛନ୍ତି । ଅନ୍ୟପଟେ ଦିଲ୍ଲୀ ପୁଲିସ ଲୋରେନ୍ସର ରିମାଣ୍ଡ ମାଗିଥିଲେ ମଧ୍ୟ କୋର୍ଟ ପଞ୍ଜାବ ପୁଲିସର ଦାବିକୁ ପୂରଣ କରିଛି ।