ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି (ଶନିବାର) ରାତିରେ ପ୍ରକାଶଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା। ଆଜି ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି, ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ନିରୀକ୍ଷଣ ଜାରି ରଖିଛନ୍ତି।

ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ୯୪ ବର୍ଷୀୟ ବାଦଲ ଜୁନ ୬ ତାରିଖରେ ଚଣ୍ଡିଗଡର ପିଜିଆଇଏମ୍‌ଇଆର୍‌ରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ଠାରେ ଗ୍ୟାସ ସମ୍ପର୍କିତ ସମସ୍ୟା ଥିଲା। ଗୋଟିଏ ଦିନ ହସ୍ପିଟାଲରେ ରହିବା ପରେ ପରଦିନ (୭ ତାରିଖ)ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଗତ କିଛି ଦିନ ହେବ ସେ ଘରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ରାତିରେ ତାଙ୍କ ଠାରେ ପୁଣି ସମସ୍ୟା ଦେଖିବାକୁ ମିଳିଥିଲା। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଦଳ ପକ୍ଷରୁ ସୂଚନା ମିଳିଛି।