ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଗିରଫ

କୋଲକାତା: ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାରଙ୍କୁ ଆଜି ପୁଲିସ ଗିରଫ କରିଛି । ଶ୍ରୀ ମଜୁମଦାର ହାୱଡାସ୍ଥିତ ପ୍ରଦର୍ଶନ ସ୍ଥଳୀକୁ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ଥିବାବେଳେ ସେ ଯାଉଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ମଜୁମଦାରଙ୍କୁ ପ୍ରଥମେ ତାଙ୍କ ଘରେ ଗୃହବନ୍ଦୀ କରାଯାଇଥିଲା ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଜାରି ରହିଥିବା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଦାୟୀ କରିଛନ୍ତି । ଅନ୍ୟପଟେ ବିଜେପି ବିଧାୟକ ଅଗ୍ନିହୋତ୍ରୀ ପୋଲ ରାଜ୍ୟର ଆଇନ ବ୍ୟବସ୍ଥା ଫେଲ୍ ବୋଲି କହିଛନ୍ତି ।