ଦିଲ୍ଲୀ ପୁଲିସକୁ ବିପର୍ଯ୍ୟୟ ପରିଚାଳନା ଶିଖାଇବ ଏନଡିଆରଏଫ୍ ଟିମ୍‌

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଏବଂ ଏନଡିଆରଏଫ୍ ଟିମ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଏହି ଚୁକ୍ତିରେ ଦିଲ୍ଲୀ ପୁଲିସର ଯବାନଙ୍କୁ ବିର୍ପ୍ୟୟ ସ୍ଥିତିରୁ ପ୍ରାଥମିକ ଉଦ୍ଧାର ପାଇଁ ଏନଡିଆରଏଫ୍ ଟିମ୍ ପ୍ରଶିକ୍ଷଣ ପ୍ରଦାନ କରିବ । ଦିଲ୍ଲୀ ପୁଲିସ ମୁଖ୍ୟାଳୟରେ ବିମଲ ହୋଲରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପୁଲିସ କମିଶନର ରାକେଶ ଅସ୍ଥାନାଙ୍କ ଉପସ୍ଥିତିରେ ସତ୍ୟେନ୍ଦ୍ର ଗର୍ଗ, ଅତୁଲ କରବାଲ ଓ ଏନଡିଆରଏଫ୍ ଡିଜି ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ପୁଲିସ କମିଶନର ରାକେଶ ଅସ୍ଥାନା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ପାଇଁ ଦିଲ୍ଲୀ ପୁଲିସକୁ ଟେକ୍ନୋଲୋଜୀ ଟ୍ରେନିଂର ଆବଶ୍ୟକତା ରହିଛି । ବିପର୍ଯ୍ୟୟ ସମୟରେ ପୁଲିସ ପ୍ରଥମେ କାମ କରୁଥିବା ଏଜେନ୍ସି ହୋଇଥାଏ । ସେଥିପାଇଁ ବିପର୍ଯ୍ୟୟ ପରିଚାଳନା ପାଇଁ ସେମାନଙ୍କଠାରେ ସମସ୍ତ ଜ୍ଞାନ ରହିବାର ଆବଶ୍ୟକତା ରହିଛି ।