ଗୁଜରାଟ: ଗୁଜରାଟ ବଡୋଦରାର କ୍ଷମା ବିନ୍ଦୁ ଆଜି ନିଜେ ନିଜକୁ ବାହା ହୋଇଛନ୍ତି । ୨୪ ବର୍ଷୀୟା କ୍ଷମା ଜୁନ୍ ୧୧ରେ ବିବାହ କରିବାକୁ ନେଇ ଦିନ ଧାର୍ଯ୍ୟ କରିଥିଲେ ମଧ୍ୟ ଏହାପୂର୍ବରୁ ଅର୍ଥାତ୍ ଜୁନ୍ ୯ରେ କରିଛନ୍ତି । ଖାସ୍ କଥାଟି ହେଲା, କ୍ଷମାଙ୍କ ବିବାହରେ ସମସ୍ତ ରୀତିନୀତିକୁ ପାଳନ କରାଯାଇଛି ଯାହାକି ଗୋଟିଏ ସାଧାରଣ ବିବାହରେ ହୋଇଥାଏ । କ୍ଷମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହଳଦି ଓ ମେହେନ୍ଦି ସମେତ ସବୁ ରତିନୀତିର ଫଟୋ ସେୟାର କରିଛନ୍ତି । ଉକ୍ତ ଫଟୋରେ କ୍ଷମା ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ସହ ବେଶ୍ ଖୁସି ନଜର ଆସୁଛନ୍ତି।
ବଡୋଦରାର ସୁଭାନପୁରା ରୋଡରେ ଏକ ଭଡ଼ା ଘରେ ରହୁଥିବା କ୍ଷମା ବିନ୍ଦୁ ନିଜେ ନିଜକୁ ବିବାହ କରିବେ ବୋଲି ଘୋଷଣା କରି ଚର୍ଚ୍ଚାକୁ ଆସିଛନ୍ତି । କ୍ଷମା ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବିବାଦ ଓ ବିରୋଧକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିଜ ଘରେ ବିବାହ ରଚିଛନ୍ତି ।