ଏବେଠୁ ଜାମ୍ମୁକାଶ୍ମୀରକୁ ଯାଇ ପାରିବେ ପର୍ଯ୍ୟଟକ

କାଶ୍ମୀର,ଏଜେନ୍ସି: ଜାମ୍ମୁକାଶ୍ମୀରରେ ଆତଙ୍କବାଦ ଆକ୍ରମଣକୁ ନେଇ ପର୍ଯ୍ୟଟକଙ୍କୁ କଟକଣା ଜାରି କରାଯାଇଥିôଲା। ତେବେ ଏ ନେଇ ରାଜ୍ୟପାଳ ମଙ୍ଗଳବାର ପ୍ରତିବନ୍ଧକ ଉଠାଇ ଦେଇଥିବାବେଳେ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ଗୁରୁବାର ଠାରୁ ଜାମ୍ମୁକାଶ୍ମୀରରେ ପର୍ଯ୍ୟଟକଙ୍କ ଚଳାଚଳ ସ୍ୱଭାବିକ ହୋଇଛି।

ଅଗଷ୍ଟ ମାସରେ ଆତଙ୍କ ବାଦ ଆକ୍ରମଣ ଦର୍ଶାଇ ରାଜ୍ୟରୁ ପର୍ଯ୍ୟଟକମାନଙ୍କୁ ବାହାର କରିଦିଆଯାଇଥିଲା। ଅମରନାଥ ଯାତ୍ରା ବେଳେ ଆତଙ୍କବାଦମାନେ ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ଦେଇଥିଲା। ଏ ନେଇ ପର୍ଯ୍ୟଟକମାନଙ୍କ ଉପରେ ଜାମ୍ମୁକାଶ୍ମୀରରେ କଟକଣା ଲଗାଯାଇ ତାଙ୍କୁ ତୁରନ୍ତ ରାଜ୍ୟ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।