କାଶ୍ମୀର ସୋପିଆନରେ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର,ଏନ୍ଏନ୍ଏସ୍: କାଶ୍ମୀରର ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି। ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୁଲିସର ଟିମ୍‌ ମିଳିତ ଭାବେ ଏନକାଉଣ୍ଟର ଜାରି ରଖିଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଭିଯାନ ଆରମ୍ଭ କରିଥିଲା ସୁରକ୍ଷା ବଳ। ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ। ଗୁଳି ବିନିମୟ ଜାରି ରହିଛି।