ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ରାଜ ମହମ୍ମଦକୁ ପୁଲିସ ତାମିଲନାଡ଼ୁରୁ ଗିରଫ କରିଥିବା ଜଣାପଡ଼ିଛି । ଲଖନଊର ମଡ଼ିୟାଁବ ଥାନାରେ ୨ଟି ଆରଏସଏସ କାର୍ଯ୍ୟାଳୟ ଏବଂ ଗୋଣ୍ଡାକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିଥିଲା । ପରେ ସେଠାରେ ସୁରକ୍ଷାକୁ ନେଇ କଡ଼ା ବନ୍ଦୋବସ୍ତ କରାଯାଇଥିଲା ।
ସୂଚନାଯୋଗ୍ୟ, ତାମିଲନାଡ଼ୁର ପୁଦୁକୋଦ୍ଦି ଜିଲ୍ଲାର ରାଜ ମହମ୍ମଦକୁ ୟୁପିରେ ତାଙ୍କ ଟ୍ରାଞ୍ଜେକ୍ସନକୁ ଆଧାର କରି ଗିରଫ କରାଯାଇଛି । ରାଜ ମହମ୍ମଦ ଉତ୍ତରପ୍ରଦେଶର ୨ଟି ଜାଗା ସମେତ ମୋଟ ୬ଟି ଜାଗାରେ ବିସ୍ଫୋରଣ କରିବାକୁ ନେଇ ଫୋନରେ ଧମକ ଦେଇଥିଲେ । ଆରଏସଏସ କାର୍ଯ୍ୟାଳୟକୁ ଧମକ ମିଳିବା ପରେ ଉନାବ ପୁଲିସ ଆଲର୍ଟ ରହିଛି । ପୁଲିସ ଆରଏସଏସଏସ କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇ ଦେଇଛି ।