ଭୁବନେଶ୍ୱର,ଏନ୍ଏନ୍ଏସ୍: ମହିଳା ମାନଙ୍କ ଋତୁସ୍ରାବ ଓ ତତ୍ ସଂକ୍ରାନ୍ତୀୟ ସଚେତନତା ଉପଲକ୍ଷେ ଆଜି ୟୁନିସେଫ୍ ଓ ପାନଟିସ୍ର ମିଳିତ ଉଦ୍ୟମରେ ଏକ ଓ୍ବାକାଥଲନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟିଆ କିଟ୍ ଛକ ଠାରୁ ଦୁଇ ଶହରୁ ଅଧିକ ମହିଳା ଏହି ପଦଯାତ୍ରାରେ ଯୋଗଦେଇ ମହିଳା ମାନଙ୍କ ଋତୁଶ୍ରାବ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
