ଶାହଙ୍କ ରାଷ୍ଟ୍ରୀୟ ତଟୀୟ ପୁଲିସ ଆକାଡେମୀ ଗସ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଷ୍ଟ୍ରୀୟ ତଟୀୟ ପୁଲିସ ଆକାଡେମୀ(ଏନଏସିପି) ଗସ୍ତ କରିଛନ୍ତି । ଶାହଙ୍କ ସହ ଗୃହ ସଚିବ ଅଜୟ ଭଲ୍ଲା ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ତଟୀୟ ପୁଲିସଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣ ସମ୍ବନ୍ଧରେ ଶାହ ବିସ୍ତୃତରେ ପଚାରି ବୁଝିଥିଲେ ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ବିଏସଏଫ ଦେଶର ସୀମାରେ ପବିତ୍ରତାକୁ ବଜାୟ ରଖିବା ସହ ଦିଆଯାଇଥିବା ପ୍ରତ୍ୟେକ ଦାୟିତ୍ୱକୁ ସର୍ବଦା ନିଷ୍ଠାର ସହ ନିର୍ବାହ କରିଛି । ଖାସ୍ ଅବସରରେ ଏହି ବଳ ସର୍ବଦା ନିଜ କାର୍ଯ୍ୟକୁଶଳତାକୁ ପୂରଣ କରିଛି । ଏଥିସହିତ ତଟୀୟ କ୍ଷେତ୍ରର ସୁରକ୍ଷାରେ ଏହି ବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶିକାରେ ଆମେ ନୂଆ ଟେକ୍ନୋଲୋଜୀକୁ ଉପଯୋଗ କରି ତଟୀୟ ସୁରକ୍ଷାକୁ ସୁଦୃଢ଼ କରିପାରିବା । ସମୁଦ୍ର କ୍ଷେତ୍ରର ବିପଦକୁ ସାମ୍ନା କରିବା ପାଇଁ ଆମେ ତଟୀୟ କ୍ଷେତ୍ର ସୁରକ୍ଷାକୁ ଗମ୍ଭୀରତାର ସହ ଆକଳନ କରୁଛୁ ।