ରାଜ୍ୟ ସରକାରଙ୍କ ବଡ ଯୋଜନା, ସ୍କୁଲରୁ ସୃଷ୍ଟି ହେବେ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଭା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରୁ ବାହାରିବେ ଅଲିମ୍ପିକ ପଦକ ବିଜେତା। କ୍ରୀଡା କ୍ଷେତ୍ରରେ ଓଡିଶା ହେବ ଦେଶରେ ଅଗ୍ରଣୀ ରାଜ୍ୟ। ଏହି ଧାରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନେଉଛନ୍ତି ଏକ ବଡ ପଦକ୍ଷେପ। କ୍ରୀଡା କ୍ଷେତ୍ରରେ ଅଲିମ୍ପିକ ସହ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବଡ ଲକ୍ଷ୍ୟ ହାସଲ କରିବାକୁ ଏବେ ତୃଣମୂଳ ସ୍ତରରୁ ତିଆରି କରାଯିବ କ୍ରୀଡା ପ୍ରତିଭାମାନଙ୍କୁ। ସ୍କୁଲ ସ୍ତରରୁ ପାଲାଙ୍କୁ ଦିଆଯିବ ପ୍ରଶିକ୍ଷଣ। ସାରା ଦେଶରେ ଏଭଳି ପଦକ୍ଷେପ ନେବାରେ ଓଡିଶା ପ୍ରଥମ ରାଜ୍ୟ ହେବାକୁ ଯାଉଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ ପୁରୁଷ ଓ ମହିଳା ଟିମକୁ ଓଡିଶା ପ୍ରାୟୋଜିତ କରିଆସିଛି। ଯାହାର ଫଳ ସ୍ବରୂପ ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଗତ ଅଲିମ୍ପିକରେ ମେଡାଲ ଜିତିବାରେ ସମର୍ଥ ହୋଇପାରିଥିଲା। ଏହାସହ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପହଞ୍ଚିପାରିଥିଲା।

ଭରାତୀୟ ହକି ଦଳରେ ଓଡ଼ିଆ ଖେଳାଳିଙ୍କ ରହିଥିଲା ଦବଦବା। ଏବେ ଓଡିଶାରୁ ଚୀନ ଓ ଜାପାନ ପରି ଅଲିମ୍ପିକ୍ସ ବିଜେତା ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସ୍କୁଲସ୍ତରରୁ ଅଲିମ୍ପିକ ପାଇଁ କ୍ରିଡା ପ୍ରତିଭା ତିଆରି କରିବାର ପ୍ରଥମେ ପାଇଲଟ ପ୍ରକଳ୍ପ ଆରମ୍ଭ ହେବ। ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ନାଁରେ ଆରମ୍ଭ ହେବାକୁ ଥିବା ଏହି ପାଇଲଟ ପ୍ରକଳ୍ପ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ୯୦ ଟି ସ୍କୁଲ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ବିଶେଷ କରି ରାଜ୍ୟର ୨ ସ୍ମାର୍ଟସିଟି ଭୁବନେଶ୍ବର ଓ ରାଉରକେଲାରରେ ପାଇଲଟ ପ୍ରକଳ୍ପ ଆରମ୍ଭ ପାଇଁ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ଭୁବନେଶ୍ବର ମହାନଗର ନିଗମର ୬୩ ଓ ରାଉରକେଲା ମହାନଗର ନିଗମରେ ୨୭ଟି ସ୍କୁଲ ଚିହ୍ନଟ କରାଯାଇଥିବା ଜଣାପଡିଛି।