ଲଦ୍ଦାଖରେ ଚୀନର ଦୁଃସାହସ; ପାଙ୍ଗୋଙ୍ଗ୍ ହ୍ରଦ ଉପରେ ନିର୍ମାଣ କରୁଛି ଆଉ ଏକ ପୋଲ!

ନୂଆଦିଲ୍ଲୀ,ଏଜେନ୍ସି: ଲଦ୍ଦାଖରେ ପାଙ୍ଗୋଙ୍ଗ୍ ହ୍ରଦ ଉପରେ ଚୀନର ଦୁଃସାହସ ସାମ୍ନାକୁ ଆସିଛି। ଏଠାରେ ଚୀନ ଏକ ପୋଲ ନିର୍ମାଣ କରୁଛି। ନିକଟରେ କିଛି ନୂଆ ସାଟ୍‌ଲାଇଟ୍ ଦ୍ୱାରା ଫଟୋରୁ ଏହା ସ୍ପଷ୍ଟ ହୋଇଛି। ଏହି ପୋଲ ନିର୍ମାଣ ସହିତ ଚୀନ୍ ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ନିଜର ଆଧିପତ୍ୟ ଜାରି ରଖିବାକୁ ଉଦ୍ୟମ କରୁଛି। ପାଙ୍ଗୋଙ୍ଗ୍ ହ୍ରଦ ଉପରେ ଚୀନର ଅନ୍ୟ ଏକ ପୋଲ ପୂର୍ବରୁ ନିର୍ମାଣ ସରିଛି। ଏହାର ନିକଟରେ ଅନ୍ୟଏକ ପ୍ରଶସ୍ତ ପ୍ଲାଟଫର୍ମ କରାଯାଉଛି, ଯାହାକି ଏକ ପୋଲରେ ପରିଣତ କରାଯାଇପାରିବ।

ଏହି ପୋଲ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଯାହା ବି ହେଉ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ କୁହାଯାଇପାରିବ ଯେ, ଲଦ୍ଦାଖରେ ଚୀନ ଷଡ଼ଯନ୍ତ୍ର କରୁଛି। ଭାରତ ବିରୋଧରେ ବେଆଇନ ଭାବେ ଭିତ୍ତିଭୂମି ନିର୍ମାଣ କରୁଛି। ସାଟେଲାଇଟ୍ ଫଟୋରୁ ଜଣାପଡ଼ିଥିବା ପୋଲ ଉପରେ ବ୍ରିଜ୍ ନିର୍ମାଣ କାମରେ ଚୀନ ଏବେ ବ୍ୟସ୍ତ ଅଛି। ଚଳିତ ବର୍ଷ ଜାନୁଆରୀରେ ଚୀନ ପାଙ୍ଗୋଙ୍ଗ୍ ହ୍ରଦ ଉପର ୮ ମିଟର ପ୍ରଶ ଓ ୩୧୫ ମିଟର ଦୀର୍ଘ ପୋଲ ନିର୍ମାଣ କରିଥିଲା।