Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ: ଅପରାଜିତାଙ୍କୁ ସାଥ ଦେଲାନାହିଁ ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ: ଅପରାଜିତାଙ୍କୁ ସାଥ ଦେଲାନାହିଁ ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ହୋଇଛି। ସାଂସଦଙ୍କୁ ରାସ୍ତାରେ ଅଟକାଇବା ପରେ ପୁଣି ଯିବା ପାଇଁ ଅନୁମତି ଦିଆଯାଇଛି। ଏହାକୁ ନେଇ ଅପରାଜିତା କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିଠାରୁ ଉପରେ। ଅରୁଣ ସ୍ତମ୍ଭ ନିକଟରେ ଦଣ୍ଡବତ ହେବା ସହ ଶ୍ରୀମନ୍ଦିରରେ କରିଛନ୍ତି ଜଗା ଦର୍ଶନ।

ଅପରାଜିତାଙ୍କ ଶୋଭାଯାତ୍ରା ଉପରେ ଟମାଟୋ ମାଡ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି। ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା। ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା। କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିର ଊର୍ଦ୍ଧ୍ବରେ। ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ସମସ୍ତଙ୍କ ଦାୟିତ୍ବ ବୋଲି ଅପରାଜିତା କହିଛନ୍ତି।

ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛନ୍ତି ହେଲେ ଆଇନ ପରିସରରେ ରହି ସରକାର କାମ କରିବା ଉଚିତ ବୋଲି କହିଛନ୍ତି ସାଂସଦ। ଏପର୍ଯ୍ୟନ୍ତ କ’ଣ ପାଇଁ ଗୃହ କମିଟି ଶ୍ରୀମନ୍ଦିର ଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଏସଆଇର ଅନୁମତି ନନେଇ କେମିତି କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଅନେକ ଗୁଡିଏ ନୀତି ନିୟମ ଉଲ୍ଲଙ୍ଘନ କରି ଏକାମ କରୁଛନ୍ତି। ଏଏସ୍ଆଇର ଦାୟିତ୍ଵ ଶ୍ରୀମନ୍ଦିର ସୁରକ୍ଷା ତାଙ୍କର ଅନୁମତି ନେଇ କାମ କରିବା କଥା ଯାହାକି ରାଜ୍ୟ ସରକାର କିଛି ସ୍ପଷ୍ଟ ନୀତି ଆପଣାଇ ନାହାଁନ୍ତି। ଏଭଳି ଏକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି। ରାଜ୍ୟ ସରକାର ଯାହା କରୁଛନ୍ତି ନିଜର ବାହାବା ନେବା ପାଇଁ କରୁଛନ୍ତି ଏଭଳି ଏକ ସ୍ଥିତି ହୋଇଛି ଏବଂ ଏହି ସ୍ଥିତିରେ ଆମେ ଦଳ ତରଫରୁ ସଜାଗ ଦୃଷ୍ଟି ରଖିଛୁ ବୋଲି କହିଛନ୍ତି ପୃଥ୍ବୀରାଜ।