ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ନଡିଆ ଚାଷୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ପାଞ୍ଚଟି ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛି ମନ୍ତ୍ରଣାଳୟ।
ଏପ୍ରିଲ ୨୮ ତାରିଖ, ଗୁରୁବାର ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୦୦ ଜଣ ଚାଷୀ ଭାଗ ନେବେ। ସେହିପରି ପୁରୀ କୃଷି ବିକାଶ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୩୦୦ ନଡିଆ ଚାଷୀ ଅଂଶଗ୍ରହଣ କରିବେ। ୧୦୦ ଜଣ ଲେଖାଏଁ ନଡିଆ ଚାଷୀଙ୍କୁ ନେଇ ୨୯ ତାରିଖରେ ଖୋର୍ଦ୍ଧା ଉଦ୍ୟାନ କୃଷି ବିଦ୍ୟାଳୟ ଏବଂ ୩୦ ତାରିଖରେ କେନ୍ଦ୍ରାପଡା କୃଷି ବିକାଶ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ମେ’ ପହିଲାରେ ଭୁବନେଶ୍ବରର ଇମେଜଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୨୦୦ ଚାଷୀ ଅଂଶଗ୍ରହଣ କରିବେ।
ଗତକାଲି ଠାରୁ ମେ ପହିଲା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସାରା ଦେଶର ନଡିଆ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା। କେନ୍ଦ୍ର କୃଷି ଏବଂ କୃଷ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ପ୍ରାୟ ୨୦ ହଜାର ନଡିଆ ଚାଷୀ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସସରେ ନଡିଆ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ବିଷୟବସ୍ତୁକୁ ନେଇ ୮୦ ଟି ସେମିନାର ଆୟୋଜନ କରାଯିବ।