ନୂଆଦିଲ୍ଲୀ: ଲଖୀମପୁର ଖୀରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏଥିସହିତ ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଜାମିନ ଦେବା ସମୟରେ ପୀଡ଼ିତ ପରିବାରର ପକ୍ଷ ଶୁଣିନାହାନ୍ତି । ସମସ୍ତ ତଥ୍ୟକୁ ଧ୍ୟାନରେ ନରଖି ଆଦେଶ ଦିଆଯାଇ ନାହିଁ । ସେଥିପାଇଁ ହାଇକୋର୍ଟ ପୁଣିଥରେ ଏନେଇ ବିଚାର କରନ୍ତୁ ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଲଖୀମପୁରରେ ଗତବର୍ଷ ଅକ୍ଟୋବର ୩ରେ ଆନ୍ଦୋଳନ କରୁଥିବା କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଦେବା ଘଟଣା ଘଟିଥିଲା । ଉକ୍ତ ଘଟଣାର କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ଇଲହାବାଦ ହାଇକୋର୍ଟ ୨୦୨୨ ଫେବୃଆରୀ ୧୦ରେ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ ।