ଏଥର ଶତ ପ୍ରତିଶତ ସିଲାବସରେ ହେବ ପାଠପଢ଼ା

କଟକ,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ମେ’ ପହିଲାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ । ନୂଆ ଶିକ୍ଷା ବର୍ଷରେ ଶତ ପ୍ରତିଶତ ସିଲାବସ ସହ ପାଠପଢ଼ା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏଥର ମହାମାରୀ ପ୍ରଭାବ ନଥିବାରୁ ପୂର୍ବଭଳି ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ସେଥିପାଇଁ ଆମେ ମଧ୍ୟ ଏନେଇ ଚିନ୍ତା କରୁଛୁ । ନବମ ଓ ଦଶମରେ ପ୍ରାକ୍ଟିକାଲ ପରୀକ୍ଷା କଥା ବି ଚିନ୍ତା କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବରୁ ୩୦ ପ୍ରତିଶତ ସିଲାବସ କଟା ଯାଇଥିଲା ।