ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଆଜି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମୁମ୍ବାଇର ପାଲି ହିଲସ୍ଥିତ ରଣବୀରଙ୍କ ବାସ୍ତୁ ଆବାସରେ ଏହି ଷ୍ଟାର ଯୋଡ଼ି ପଞ୍ଜାବୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏନେଇ ନିଜେ ଆଲିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସହ ସୂଚନା ପ୍ରଦାନ କରିଛନ୍ତି ।
