ଗୋଦାବରୀ,ଏଜେନ୍ସି: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କୀରେଡ୍ଡିଗୁଡେମରେ ବୁଧବାର ବିଳମ୍ବିତ ରାତିରେ ଏକ କ୍ୟାମିକାଲ ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଥିବା ଅନ୍ୟ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ କ୍ୟାମିକାଲ କାରଖାନାର ୨ୟ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ଏଠାରେ କିଛି କର୍ମଚାରୀମାନେ କାର୍ଯ୍ୟରତ ଥିଲେ। କୁହାଯାଉଛି ଯେ, ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବିହାର ନିବାସୀ। ସମେସ୍ତ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କୀରେଡ୍ଡୀଗୁଡେମସ୍ଥିତ ପୋରସ ଲ୍ୟାବ୍ସ ପ୍ରାଇଭେଟ ଲିମିଟେଡରେ ରାତିରେ କାମ କରୁଥିଲେ।
ପଶ୍ଚିମ ଗୋଦାବରୀ ଜିଲ୍ଲା ଏସ୍ପି ରାହୁଲ ଦେବ ଶର୍ମା କହିଛନ୍ତି ଯେ, ପୋରସ କ୍ୟାମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହୋଇଛି। ଏଠାରେ ପଲିମର କାମ ହୋଇଥାଏ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଏହି ଘଟଣା ଗ୍ୟାସ ପାଇପଲାଇନ୍ରେ ନିର୍ଗତ ଅଥବା ଭାଙ୍ଗିବା ଯୋଗୁଁ ହୋଇଥାଇପାରେ।