Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀକ୍ଷେତ୍ରରେ ପାର୍ବଣଯାତ୍ରା ଆରମ୍ଭ, ପୂଜାମଣ୍ଡପରେ ଝଲସୁଛନ୍ତି ଦେବୀ ପ୍ରତିମା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶ୍ରୀକ୍ଷେତ୍ରରେ ପାର୍ବଣଯାତ୍ରା ଆରମ୍ଭ, ପୂଜାମଣ୍ଡପରେ ଝଲସୁଛନ୍ତି ଦେବୀ ପ୍ରତିମା

ପୁରୀ,ଏନ୍ଏନ୍ଏସ୍: ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ଗୋସାଣୀ ଯାତ୍ରା। ୪ତାରିଖଠାରୁ ମହାସପ୍ତମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା। ଜରିଜମ୍ବୁରା କାର୍ଯ୍ୟରେ ଉଜ୍ଜ୍ୱଳ ଆଲୋକମାଳାରେ ସଜ୍ଜିତା ଦେବୀ ଦୁର୍ଗାଙ୍କ ମନୋରମ ମୂର୍ତ୍ତି ଦେଖିବା ପାଇଁ ଭିଡ଼ ଜମିଛି ବହିରାଗତ ଯାତ୍ରୀମାନଙ୍କର। ଝଲସି ଉଠୁଛି ପୂଜାମଣ୍ଡପ। ଜହ୍ନିଖାଇ, ହରଚଣ୍ଡୀ, ବେଲବାଇ, ଶୂନ୍ୟଗୋସାଣୀ, କାକୁଡ଼ିଖାଇ, ପଣାପ୍ରିୟା ଓ ବାରବାଟୀ ଆଦି ବିଶାଳକାୟ ଗୋସାଣୀମାନଙ୍କର ଜରିଜମ୍ବୁରା କାର୍ଯ୍ୟ ସମାପ୍ତ ହୋଇଛି। ଏହା ସାଙ୍ଗକୁ କାର୍ତ୍ତିକେୟ, ଗଣେଶ, ଗଙ୍ଗାଯମୁନା, ନାଗା, ବୁଢ଼ାବଢ଼ି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

ପାରମ୍ପରିକ ମୂର୍ତ୍ତି କାରିଗରମାନେ ଦିନରାତି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଶ୍ରୀକ୍ଷେତ୍ର ବିଶାଳକାୟ ଗୋସାଣୀ ମୂର୍ତ୍ତିପାଇଁ ପ୍ରସିଦ୍ଧ। ଆଖପାଖ ଅଞ୍ଚଳର ବାସିନ୍ଦା ଏବଂ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଏହି ବିଶାଳକାୟ ମୂର୍ତ୍ତି ଦର୍ଶନ କରି ବିମୋହିତ ହୋଇଥାନ୍ତି। ଆଖି ଝଲସା ସାଜ ଓ ମେଢ଼ ଦେଖିବା ପାଇଁ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥାଏ।

ହରଚଣ୍ଡୀ ସାହିର ବାରବାଟୀ ଗୋସାଣୀ ମୂର୍ତ୍ତି ସବୁଠାରୁ ବିଶାଳକାୟ। ବାରବାଟୀ ଠାକୁରାଣୀ ବଡ଼ଭଉଣୀ ଭାବେ ଅଭିହିତ। ଏହି ଗୋସାଣୀର ଉଚ୍ଚତା ୧୭ହାତ। ଦୋଳମଣ୍ଡପସାହିସ୍ଥିତ ଜହ୍ନିଖାଇ ଗୋସାଣୀଙ୍କ ଉଚ୍ଚତା ୧୮ଫୁଟ। ମହିଷାସୁରକୁ ବଧ କରିବା ମୁଦ୍ରାରେ ମା’ଙ୍କ ଗୋସାଣୀ ମୂର୍ତ୍ତି ନିର୍ମାଣ କରାଯାଇଛି। ପରମବୈଷ୍ଣବୀ ଜହ୍ନିଖାଇଙ୍କଠାରେ ସଙ୍ଖୁଡ଼ି ଭୋଗ ହୁଏନାହିଁ। ପୁରୀର ଦୁର୍ଗାପୂଜାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୃଣ୍ମୟମୂର୍ତ୍ତି ହେଉଛନ୍ତି ମା’ କାକୁଡ଼ିଖାଇ। କାକୁଡିଖାଇଙ୍କୁ ବିମଳା ରୂପରେ ପୂଜା କରାଯାଇଥାଏ। ଏହି ମୂର୍ତ୍ତି ନିର୍ମାଣ ଶେଷ ହୋଇଛି।

ଦଶଭୁଜା କାକୁଡ଼ିଖାଇଙ୍କ ଉଚ୍ଚତା ୧୦ଫୁଟ। ପରମ୍ପରା ଅନୁଯାୟୀ କାକୁଡ଼ିଖାଇଙ୍କ ମୂର୍ତ୍ତି ସହ ସିଂହ, ମହିଷାସୁର, ଗଣେଶ, କାର୍ତ୍ତିକେୟ, ଗଙ୍ଗା ଓ ଯମୁନା ପାଶ୍ୱର୍ଦେବାଦେବୀ ହିସାବରେ ପୂଜା ପାଇବେ। କାକୁଡ଼ିଖାଇଙ୍କ ନିକଟରେ ମାନସିକ ଛାଗବଳି ଦିଆଯିବାର ବ୍ୟବସ୍ଥା ରହିଛି। ମାଟିମଣ୍ଡପସାହିର ଭୋଗଯାଗା ଗୋସାଣୀଙ୍କ ମୂର୍ତ୍ତି ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପାରମ୍ପରିକ ଶୈଳୀରେ ନିର୍ମିତ ହୋଇଛନ୍ତି ମାଟିମଣ୍ଡପସାହିର ଶୂନ୍ୟଗୋସାଣୀ।

ଶୂନ୍ୟରେ ଉଭାହେଲା ଭଳି ପ୍ରତିୟମାନ ହେଉଛନ୍ତି ଏହି ପୂଜାମଣ୍ଡପର ଗୋସାଣୀମୂର୍ତ୍ତି। ଖୁଣ୍ଟିଆସାହିର ବେଲବାଇ ଗୋସାଣୀଙ୍କର ଜରିଜମ୍ବୁରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ବାଲିସାହିର ବିଶାଳକାୟ ନାଗା ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ବାଲିସାହି ଜହ୍ନିଖାଇ ଗୋସାଣୀଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ହରଚଣ୍ଡୀ ସାହିର ଶୀତଳେଶ୍ୱରୀ, ମହତେଶ୍ୱରୀଙ୍କ ମୂର୍ତ୍ତି, ବାସେଳୀସାହି ପଣାପ୍ରିୟା ଠାକରାଣୀଙ୍କ ମୂର୍ତ୍ତି, ମଣିକର୍ଣ୍ଣିକାସାହିର ବେଲବାଇ, ବନଦୁର୍ଗା ଗୋସାଣୀ, ହରଚଣ୍ଡୀସାହିର ହଜୁରୀ ଗୋସାଣୀ ଆଦି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।