ଭାରତ-ବଙ୍ଗଳାଦେଶ ମଧ୍ୟରେ ୭ ଚୁକ୍ତି ସ୍ଵାକ୍ଷର, ୩ ପ୍ରକଳ୍ପ ଆରମ୍ଭ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସାକ୍ଷାତକାର ପରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ଵାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ଶେଖ ହାସିନା ମିଳିତ ଭାବେ ରୋଷେଇ ଗ୍ୟାସ ପାଇପଲାଇନର ଶୁଭାରମ୍ଭ କରିଛନ୍ତି । ଏହା ସହିତ ଉଭୟ ନେତା ଏଲପିଜି ଆମଦାନୀ ସମେତ ୩ଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ଏହି ତିନୋଟି ପ୍ରୋଜେକ୍ଟର ଲୋକାର୍ପଣ କରାଯାଇଛି। ଶେଖ ହସିନାଙ୍କ ସହ ଗଣମାଧ୍ୟମ ସମ୍ମିଳନୀରେ ମୋଦୀ କହିଛନ୍ତି କି, ଗତ ଏକ ବର୍ଷ ମଧ୍ୟରେ ବଙ୍ଗଳାଦେଶ ସହ ୧୨ଟି ମିଳିତ ପ୍ରକଳ୍ପ ଉଦଘାଟନ କରିବାକୁ ଅବସର ମିଳିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ଭାରତ ଏବଂ ବଙ୍ଗଳାଦେଶ ମଧ୍ୟରେ ୩ଟି ପରିଯୋଜନାର ଶିଳାନ୍ୟାସ କରିବାକୁ ସୁଯୋଗ ମିଳିଛି। ଏକ ବର୍ଷ ମଧ୍ୟରେ ଆମେ ୧୨ଟି ମିଳିତ ପ୍ରୋଜେକ୍ଟ ଉଦଘାଟନ କରିଛୁ। ଏବେ ଶିଳାନ୍ୟାସ କରାଯାଇଥିବା ୩ଟି ଅଲଗା ଅଲଗା କ୍ଷେତ୍ର ହେଉଛି- ଏଲପିଜି ଆମଦାନୀ, ଭୋକେଶନାଲ ଟ୍ରେନିଙ୍ଗ୍, ସୋସିଆଲ ସୁବିଧା। ଏହି ତିନୋଟି ପ୍ରେଜେକ୍ଟର ମହତ୍ଵ ଉଦ୍ଦେଶ୍ୟ ରହିଛି। ଏହାଦ୍ଵାରା ଲୋକମାନଙ୍କୁ ଖୁବ୍ ସୁବିଧା ମିଳିବ। ବଙ୍ଗଳାଦେଶରୁ ଏଲପିଜି ଆମଦାନୀ କରିବା ଦ୍ଵାରା ଆମଦାନୀ ଓ ରୋଜଗାର ବଢିବ। ଯୋଗାଯୋଗର ମାଧ୍ୟମରେ ୧୫୦୦ କିମି ହ୍ରାସ ହେଲେ ଆର୍ଥିକ ଲାଭ ମିଳିବ। ପରିବେଶକୁ ମଧ୍ୟ କମ୍ କ୍ଷତି ହେବ।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି କି, ଢାକାର ରାମକ୍ରିଷ୍ଣ ମିଶନରେ ବିବେକାନନ୍ଦ ଭବନର ପ୍ରକଳ୍ପ ଦୁଇ ମହାନୁଭବଙ୍କ ଜୀବନୀ ଦ୍ଵାରା ଅନୁପ୍ରାଣିତ। ଆମ ଜୀବନରେ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କର ଖୁବ୍ ପ୍ରଭାବ ରହିଛି। ବିବେକାନନ୍ଦ ଭବନରେ ୧୦୦ରୁ ଅଧିକ ବିଶ୍ଵବିଦ୍ୟାଳୟର ଛାତ୍ର ଏବଂ ରିସର୍ଚ ସ୍କଲାରଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।