ପୂର୍ବତଟସ୍ଥ ୩ ରାଜ୍ୟ ପାଇଁ ମୋଦୀ ସରକାରଙ୍କ ବଡ଼ ଫଇସଲା

ନୂଆଦିଲ୍ଲୀ: ଭାରତ ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ପ୍ରଦାନ କରିଛନ୍ତି । ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦଶକ ପରେ ନାଗାଲେଣ୍ଡ, ଆସାମ ଓ ମଣିପୁରରେ ସଶସ୍ତ୍ର ବଳ ବିଶେଷ ଅଧିକାର ଅଧିନିୟମ(AFSPA) ଅନ୍ତର୍ଗତ ଅଶାନ୍ତ କ୍ଷେତ୍ର କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । AFSPA ଅନ୍ତର୍ଗତ କ୍ଷେତ୍ରରେ ସୁରକ୍ଷା ସ୍ଥିତିରେ ସୁଧାର, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତର ପୂର୍ବରେ ସ୍ଥାୟୀ ଶାନ୍ତି ଆଣିବା ଓ ଉଗ୍ରବାଦ ସମାପ୍ତ କରିବାକୁ ଲଗାତାର ପ୍ରୟାସ ଯୋଗୁ ଦ୍ରୁତ ଗତିରେ ବିକାଶ ହୋଇପାରିଛି ।

ଅମିତ ଶାହ ଆହୁରି କହିଛନ୍ତି ଯେ, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ମୋଦୀ ଜୀଙ୍କ ଅତୁଟ ପ୍ରତିବଦ୍ଧତା ଯୋଗୁ ପୂର୍ବତଟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ଅଭୂତପୂର୍ବ ବିକାଶ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ମୁଁ ପୂର୍ବତଟ ଲୋକଙ୍କୁ ଶୁଭକାମନା ଜଣାଉଛି ।