ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା

କଟକ,ଏନ୍‌ଏନ୍‌ଏସ୍‌: ଏପ୍ରିଲ ୨୮ରୁ ଯୁକ୍ତ ୨ ବୋର୍ଡ ପରୀକ୍ଷା ଆରମ୍ଭ ହେବ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୩ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ଅଫଲାଇନରେ ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଖରାକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପରୀକ୍ଷା ମୂଲ୍ୟାଙ୍କନ ନେଇ ୨ଟିି ସ୍କିମ କରାଯାଇଛି । ପ୍ରଥମତଃ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ । ଦ୍ୱିତୀୟତଃ ବାର୍ଷିକ ପରୀକ୍ଷାରେ ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡର ୨୦ ପ୍ରତିଶତ ଅନୁସାରେ ମାର୍କ ଦିଆଯିବ । ୨ଟି ବ୍ୟବସ୍ଥାରୁ ଯେଉଁଥିରେ ସର୍ବାଧିକ ରହିବ ସେଇଟି ଚୂଡ଼ାନ୍ତ ହେବ ।