ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଅଫିସ ସମେତ ୫ଟି ସ୍ଥାନରେ ଚଢଉ

ବାଲେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି।

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଥିବା ଜଣାପଡିଛି। ଏକା ସହିତ ଭଦ୍ରକ, ବାସୁଦେବପୁର, ସୋର ଆଦି ୫ଟି ସ୍ଥାନପେ ଥିବା ପ୍ରମୋଦଙ୍କ ଅଫିସ, ବାସଭାବନ, ଶ୍ୱଶୂର ଘର, ମାର୍କେଟ କମ୍ଲେକ୍ସ ଆଦିରେ ଚଢାଉ ଜାରି ରହିଛି।

ତେବେ ଏହି ଚଢଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ତେବେ ଏବେ ଯାଏଁ କେତେ ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।