Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏନ୍‌ଏସ୍‌ଏ ଲଗାଯାଉ: କଂଗ୍ରେସ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏନ୍‌ଏସ୍‌ଏ ଲଗାଯାଉ: କଂଗ୍ରେସ୍‌

ଭୁବନେଶ୍ବର,ଏନ୍ଏନ୍ଏସ୍: ଚିଲିକା ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ପାଇଁ ଲଗାଯାଉ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଅଧିନିୟମ)। ବାରମ୍ବାର ଅପରାଧ ପାଇଁ ତୁରନ୍ତ ଗିରଫ କରାଯାଉ। ତାଙ୍କୁ ଦଳରୁ ବହିଷ୍କାର କରିବା ସହ ମୁଖ୍ୟମନ୍ତ୍ରୀ ଏହାର‌ ଜବାବ ରଖନ୍ତୁ।

କାରଣ ଓଡିଶା ରାଜନୈତିକ ଇତିହାସରେ ଏହା ଏକ କଳଙ୍କିତ ଦିନ। ଜନତାଙ୍କ ଭୋଟରେ ବିଧାୟକ ଜିତିବା ପରେ ସେହି ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଚେଷ୍ଟା କରିବା ଘଟଣା ଆଜି ସଭିଁଙ୍କୁ ଚକିତ କରିଛି। ବୋଲଗଡ଼ ବେଗୁନିଆରୁ ବିଧାୟକ ଥିବାବେଳେ ସେ ବାରମ୍ବାର ଏଭଳି ଘଟଣା ଘଟାଇ ବଦନାମ ହେବା ପରେ ବିଜେଡି ତାଙ୍କୁ ଚିଲିକାରେ ଥଇଥାନ କଲା। ଉତ୍ତର ପ୍ରଦେଶ ଲଖିମପୁର ଖେରି ଘଟଣାର ପରି ପୁନରାବୃତ୍ତି କଲା ବିଜେଡି।

ୟୁପି, ବିହାର ଷ୍ଟାଇଲ ନେତାଙ୍କ ଭଳି ନିଜ ବାହୁବଳର ପ୍ରୟୋଗ କରି ପ୍ରଶାନ୍ତ ଗାଡି ଚଢାଇ ଚାଲିଲେ। ସାଧାରଣ ଲୋକ, ଦଳୀୟ କର୍ମୀ ଓ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେ ନିଲମ୍ବିତ ହୋଇଥିବାବେଳେ କାହିଁକି ସେ ସେଠାକୁ ଯାଇଥିଲେ ? କାହିଁକି ବାରମ୍ବାର ବିଜେଡି ରାଜନୈତିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ ? ଜମି ହଡପ, ମହିଳାଙ୍କୁ ମାଡ଼, ସରକାରୀ କର୍ମଚାରୀଙ୍କୁ ମାଡ଼ ଭଳି ଅନେକ ସାଂଘାତିକ ଅଭିଯୋଗ ତାଙ୍କ ବିରୋଧରେ ରହିଛି।

ତୁରନ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏ ଘଟଣା ନୂଆ ନୁହେଁ, ପୂର୍ବରୁ ସାଧାରଣ ନିର୍ବାଚନ ବେଳେ ପିସିସି ସଭାପତିଙ୍କୁ ଘସିପୁରାରେ ବିଧାୟକ ବଦ୍ରିପାତ୍ର ପୁଅ ଆକ୍ରମଣ କଲେ ତଥାପି ନବୀନ ବାବୁ ଚୁପ ରହିଲେ। ପୂର୍ବତନ ମହିଳା ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସମର୍ଥକ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ସେ ଘଟଣାରେ ନବୀନ ପଟ୍ଟନାୟକ ଚୁପ।

ଅର୍ଥାତ ବିଜେଡି ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରୋକ୍ଷରେ ପ୍ରଶୟ ଦେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ସବୁ ଦେଖି ପୋଲିସ ଡିଜି ଶୋଇ ପଡିଛନ୍ତି। ନିର୍ବାଚନ କମିଶନ ଚୁପ ରହିବା ଏହା ଏକ ଖରାପ ବାତାବରଣ ସୃଷ୍ଟି କରୁଛି।