ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫,୪୭୬ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୧୫୮ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୫୯,୪୪୨ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଗତ ୨୪ ଘଣ୍ଟାରେ ୯ ହଜାର ୭୫୪ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪,୨୩,୮୮,୪୭୫ କୋଟିରେ ପହଞ୍ଚିଛି।
ଆଇସିଏମ୍ଆର କହିଛି ଯେ ଗତକାଲି ଭାରତରେ ୯ ଲକ୍ଷ ୦୯ ହଜାର ୯୮୫ ନମୁନା ପରୀକ୍ଷା କରାଯାଇଛି । ଏଥି ସହିତ ମହାମାରୀ ଆରମ୍ଭରୁ ଦେଶରେ ମୋଟ ୭୭.୨୮ କୋଟି ନମୁନା ପରୀକ୍ଷା କରାଗଲାଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୧୭୮ କୋଟି ୮୩ ଲକ୍ଷ ୭୯ ହଜାର ୨୪୯ ଡୋଜ୍ କରୋନା ଟିକା ଦିଆଯାଇଛି।