ସୁନୀତି ମୁଣ୍ଡ ହେଲେ ବିଜେପି ମେୟର ପ୍ରାର୍ଥୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱରରେ ବିଜେପିର ମେୟର ପ୍ରାର୍ଥୀ ଭାବେ ଡା. ସୁନୀତି ମୁଣ୍ଡଙ୍କୁ ଚୟନ କରାଯାଇଛି । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ବିଜେପି ପୂର୍ବରୁ କଂଗ୍ରେସ ଓ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମରେ ମୋହର ଲଗାଇଛି ।