ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ପେନ୍ର ଭିକ୍ଟୋରିଆ ସହରରେ ଚାଲିଥିବା ସ୍ପାନିଶ୍ ପାରା-ବ୍ୟାଡ୍ମିଣ୍ଟନ୍ ଇଣ୍ଟନ୍ୟାସ୍ନାଲ୍ ୨୦୨୨ ଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ଦିନ ଓଡ଼ିଶାର ଷ୍ଟାର୍ ପାରା-ଶଟ୍ଲର୍ ପ୍ରମୋଦ ଭଗତ ଟ୍ରିପଲ୍ ବିଜୟ ହାସଲ କରିଛନ୍ତି । ବୁଧବାର ପ୍ରମୋଦ ନିଜ ଦେଶର ପଲକ କୋହଲିଙ୍କୁ ସାଥୀକରି ମିକ୍ସଡ୍ ଡବଲ୍ସ ଇଭେଣ୍ଟ୍ରେ ଭାରତର ନିହାଲ୍ ଗୁପ୍ତା ଓ ଇଟାଲୀର ରୋସା ଡି ମାର୍କୋଙ୍କ ଯୋଡ଼ିକୁ ୨୧-୧୫, ୨୧-୧୨ରେ ପରାସ୍ତ କରିଛନ୍ତି ।
ସେହିପରି ଅନ୍ୟ ଏକ ମିକ୍ସଡ୍ ଡବଲ୍ସ ମ୍ୟାଚ୍ରେ ପ୍ରମୋଦ ଓ ପଲକ ପେରୁର ଗର୍ସନ୍ ଜେର୍ ଭାର୍ଗାସ୍ ଓ ସ୍ପେନ୍ର ସାଞ୍ଚେଜ୍ ଡି ଲେସିନାଙ୍କ ଯୋଡ଼ିକୁ ୨୧-୮, ୨୧-୮ରେ ହରାଇ ଦେଇଛନ୍ତି । ସେହିପରି ସିଙ୍ଗଲ୍ସ ଏସ୍ଏଲ୍-୩ ବର୍ଗରେ ପ୍ରମୋଦ ଫ୍ରାନ୍ସର ଜାଭିୟର୍ ଡେବାଭେଲାରଙ୍କ ବିପକ୍ଷରେ ୨୧-୧୩, ୨୧-୧୨ ସିଧା ଗେମ୍ରେ ବିଜୟୀ ହୋଇଛନ୍ତି ।
ଅନ୍ୟ ଏକ ସିଙ୍ଗଲ୍ସ ଏସ୍ଏଲ୍-୪ ବର୍ଗରେ ଅନ୍ୟତମ ଓଡ଼ିଶା ଖେଳାଳି ଦୀପରଞ୍ଜନ ବିଶୋୟୀ ବିଜୟୀ ହୋଇଛନ୍ତି । ସେ ପର୍ତ୍ତୁଗାଲ୍ର ବ୍ରୁନୋ ଫାରିଆଙ୍କୁ ୨୧-୮, ୨୧-୪ରେ ହରାଇ ଦେଇଛନ୍ତି । ପୁରୁଷ ଡବଲ୍ସରେ ଦୀପ୍ରଞ୍ଜନ ଓ ଏମ୍ ଅର୍ବାଜ୍ ଅନ୍ସାରୀଙ୍କ ଯୋଡ଼ି ନିଜ ଦେଶର ନିହାଲ ଗୁପ୍ତା ଓ ନିଲେଶ ଗାଏକ୍ୱାଡ୍ଙ୍କୁ ଯୋଡ଼ିକୁ ୨୧-୧୩, ୨୧-୧୨ରେ ହରାଇ ଦେଇଛି ।