ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଘଟଣାର ପର୍ଦ୍ଦାଫାଶ

ଯୋଧପୁର,ଏଜେନ୍ସି: ସୋସିଆଲ ମିଡିଆରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା କରାଯିବାକୁ ଧମକ ଦିଆଯାଇଥିବା ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି। ସୂଚନା ଅନୁଯାୟୀ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ସଲମାନ ଖାନ୍‌ଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଥିଲା। ତେବେ ଅନ୍ୟ ଏକ କେସ୍‌ର ତଦନ୍ତକରୁଥିବାବେଳ ଆଜି ଏହି କେଶର ପର୍ଦ୍ଦାଫାଶ ହୋଇଛି। ଗୁରୁବାର ରାଜସ୍ଥାନ ଯୋଧପୁରର ଦୁଇ ଜଣ ବ୍ୟକ୍ତି ଏକ କାର ଚୋରି କରୁଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରି ପଚରାଉଚୁରା କରିଥିଲା।

ଏହି ପରିପ୍ରେକ୍ଷୀରେ ପୁଲିସ ଉକ୍ତ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସଲମାନ ଖାନ୍‌ଙ୍କୁ ସୋସିଆଲ ମିଡ଼ିଆରେ ହତ୍ୟା ଧମକ ଦେଇଥିବା ଜାଣିବାକୁ ପାଇଥିଲା। ତେବେ ପୁଲିସରପଚରାଉଚୁରାରେ ସେମାନେ ଲୋକପ୍ରିୟତା ପାଇଁ ନକ୍ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ସ୍ୱୀକାର କରିଛନ୍ତି। କିନ୍ତୁ ପ୍ରକୃତରେ ତାଙ୍କର ଏଭଳି କୌଣସି ଲକ୍ଷ୍ୟ ନଥିବା ସେ କହିଛନ୍ତି। ସେହିପରି ସେମାନେ ପୂର୍ବରୁ କାର ଚୋରି ରାକେଟରେ ସକ୍ରିୟ ଥିଲେ ଏବଂ  ପୁଲିସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଭିତରୁ ଜଣଙ୍କର ନାମ ଜାକି ବିଷ୍ନୋଇ ଯିଏକି ସୋସିଆଲ ମିଡ଼ିଆରେ ହତ୍ୟା ଧମକ  ଦେଇଥିଲେ।