ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ୫ତାରିଖରୁ ବ୍ୟବସାୟିକ ସେବା ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀରୁ ଜମ୍ମୁରମାତା ବୈଷ୍ଣବଦେବୀ କଟରାକୁ ଗଡ଼ିବ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି।

ତେବେ ଏହା ଦେଶର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌। ତେବେ ପୂର୍ବରୁ ନୂଆଦିଲ୍ଲୀରୁ ମାତା ବୈଷ୍ଣବଦେବୀ କଟରାକୁ ୧୨ଘଣ୍ଟା ସମୟ ଲାଗୁଥିବାବେଳେ ଏହି ଇଞ୍ଜିନ ବିହୀନ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୮ଘଣ୍ଟାରେ କଟରା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଅକ୍ଟୋବର ୫ରୁ ବ୍ୟବସାୟିକ ସେବା ଆରମ୍ଭ କରିବ ଓ ମଙ୍ଗଳବାର ଏହା ବନ୍ଦ ରହିବ ବୋଲି ଜଣାପଡ଼ିଛି। ପୂର୍ବରୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ଓ ବାରଣାସୀ ମଧ୍ୟରେ ଚଳାଚଳ କରୁଛି।