ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମହାନଗର ନିଗମ ପାଇଁ ଘୋଷଣା ହୋଇଛି ନିର୍ବାଚନର ତାରିଖ। ତାରିଖ ଘୋଷଣା ହେବା ପରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ଆଶାୟୀ ରହିଛନ୍ତି। ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ସେନେଇ ଚାଲିଛି ଅଙ୍କ କଷା।
ତେବେ ୬୭ଟି ୱାର୍ଡ ପାଇଁ ୨୦୦ରୁ ଅଧିକ ଆଶାୟୀ ଥିବା ଜଣାପଡିଛି। ମନ୍ତ୍ରୀ, ବିଧାୟକଙ୍କ ନିକଟରେ ଲବି କରି ଟିକେଟ ହାତେଇବାକୁ ଲାଗି ପଡିଛନ୍ତି ଦଳର ନେତା। ଗତ ୨୦୨୪ ବିଏମସି ନିର୍ବାଚନରେ ବିଜେଡି ୪୯ଟିରେ, ବିଜେପି ୪ଟିରେ ଓ କଂଗ୍ରେସ ଦୁଇଟିରେ ସନ୍ତୁଷ୍ଟ ହୋଇଥିଲେ।
ତେବେ ଏଥର କାହାକୁ ମିଳିବ ଟିକେଟ, କାହାର କଟିବ ଭାଗ୍ୟ ସେନେଇ ସମସ୍ତ ଦଳ ଚିନ୍ତାରେ ପଡିଯାଇଛନ୍ତି। ସବୁଆଡେ ମାଳ ମାଳ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଜଣଙ୍କୁ ଟିକେଟ ଦେଲେ ଏନେକ ଆଶାୟୀ ପ୍ରାର୍ଥୀ ଅସନ୍ତୁଷ୍ଟ ହେବେ।
ସେହିପରି ବିଏମସି ନିର୍ବାଚନ ପାଇଁ ୧୫୦୦ ଅଭିଏମ୍ ଆସିବ। ଏବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବୁ ଇଭିଏମକୁ ରଖାଯାଇଛି। ସମସ୍ତ ଇଭିଏମର ଫାଷ୍ଟ ଲେଭଲ ଟେକିଂ ଚାଲିଛି।