ଭାରତ ଓ ୟୁକ୍ରେନ ମଧ୍ୟରେ ୩ଟି ଉଡ଼ାଣ ଭରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ସଙ୍କଟ ମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଫେବୃଆରୀ ୨୨, ୨୪ ଓ ୨୬ରେ ଭାରତ ଓ ୟୁକ୍ରେନ ମଧ୍ୟରେ ୩ଟି ଉଡ଼ାଣ ସଞ୍ଚାଳିତ କରାଯିବ । ଏହି ଉଡ଼ାଣ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି । ଏୟାର ଇଣ୍ଡିଆର ବୁକିଂ କାର୍ଯ୍ୟାଳୟ, ୱେବସାଇଟ, କଲ୍ ସେଣ୍ଟର ଓ ଅଧିକୃତ ଟ୍ରାଭେଲ ଏଜେଣ୍ଟ ମାଧ୍ୟମରେ ବୁକିଂ କରାଯାଇପାରିବ । ହେଲେ ୟୂକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ ।