ଟେନିସ ଷ୍ଟାରଙ୍କୁ ଭ୍ୟାକ୍ସିନ ଲଗାଇବାକୁ ଅନୁରୋଧ କଲେ ପୁନାୱାଲା

ନୂଆଦିଲ୍ଲୀ: ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଦୁନିଆର ନମ୍ବର ୧ ଟେନିସ ଖେଳାଳୀ ନୋବାକ ଜୋକାଭିଚଙ୍କ ପାଇଁ ଖାସ୍ ଟ୍ୱଟ୍ କରିଛନ୍ତି । ଏଥିରେ ସେ ଜୋକାଭିଚଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।

ଅଦାର ପୁନାୱାଲା ଲେଖିଛନ୍ତି ଯେ, ଭ୍ୟାକ୍ସିନ ନ ଲଗାଇବାର ଆପଣଙ୍କ ବ୍ୟକ୍ତିଗତ ବିଚାରକୁ ମୁଁ ସମ୍ମାନ ଦେଉଛି । ଆପଣଙ୍କ ଖେଳ ଦେଖିବାକୁ ମୁଁ ଖୁବ୍ ପସନ୍ଦ କରେ । କିନ୍ତୁ ଆପଣ ବିଚାର ବଦଳାଇବେ ବୋଲି ମୋର ଆଶା ରହିଛି। ଇତିମଧ୍ୟରେ, ଆମ ମଧ୍ୟରୁ ବାକି ଲୋକଙ୍କୁ ଏବେ ଗ୍ରାଣ୍ଡ ସ୍ଲେମର ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ଷ୍ଟାର ଟେନିସ ଖେଳାଳି ନୋବାକ ଜୋକାଭିଚ କୌଣସି ସ୍ଥିତିରେ କରୋନା ଭ୍ୟାକ୍ସିନ ଲଗାଇବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଏହାର ପରିଣାମସ୍ୱରୂପ ସେ ସବୁକିଛି ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।