ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅଲ୍ଡ ସୀମାପୁରୀ ଅଞ୍ଚଳରୁ ଏକ ସନ୍ଦିଗ୍ଧ ବ୍ୟାଗ ଜବତ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗର ଯାଞ୍ଚ ଜାରି ରଖିଛି । ପୁଲିସକୁ ଦ୍ୱିପ୍ରହର ୨ଟା ବେଳେ ଉକ୍ତ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟାଗ ଥିବାର ସୂଚନା ମିଳିଥିଲା । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ, ବୋମା ସ୍କ୍ୱାଡ ଓ ଏନଏସଜି ଘଟଣାସ୍ଥଳରେ ଉପସ୍ଥିତ ରହିଛି ।
ସ୍ୱତନ୍ତ୍ର ସେଲର ଅଧିକାରୀଙ୍କ କହିବା ମୁତାବକ, ଉକ୍ତ ବ୍ୟାଗଟି ଅଲ୍ଡ ସୀମାପୁରୀସ୍ଥିତ ଘର ନମ୍ବର ଡୀ-୪୯ ସୁନାରୋଁ ଗଳୀରେ ଗୋଟିଏ ଘରୁ ମିଳିଛି । ସ୍ୱତନ୍ତ୍ର ସେଲ ଯାଞ୍ଚ କରୁଛି । ବ୍ୟାଗରେ କ’ଣ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ମାମଲା ସନ୍ଦିଗ୍ଧ ଲାଗୁଛି ।