ପରୀକ୍ଷା ନ ଦେବା ଜିଦରେ ଛାତ୍ରଛାତ୍ରୀ, ମାଷ୍ଟରକ୍ୟାଣ୍ଟିନ ଛକରେ ଟାୟାର ଜାଳିଲେ

ଭୁବନେଶ୍ବର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଜାରି। ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଟାୟାର ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ ମୁତୟନ।

ସୂଚନା ଅନୁଯାୟୀ, କୋରୋନା ସଂକ୍ରମଣ କମିବା ପରେ ଅଫଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଛାତ୍ରଛାତ୍ରୀ ଅଫ ଲାଇନ ପରୀକ୍ଷା ବିରୋଧରେ ଅଡି ବସିଛନ୍ତି। ତୁରନ୍ତ ଅଫଲାଇନ ପରୀକ୍ଷା ନିଷ୍ପତ୍ତିକୁ ବାତିଲ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ଏହି ଦାବିରେ ଆଜି ମାଷ୍ଟର କ୍ୟାଣ୍ଟିନରୁ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।