ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ହିମସ୍ଖଳନ ପରେ ସେନାର ୭ଜଣ ଯବାନଙ୍କ ଶବ ଜବତ ହୋଇଛି । ଏବେ ସେମାନଙ୍କ ପାର୍ଥୀବ ଶରୀର ଘରକୁ ପଠାଇବାର ପ୍ରସ୍ତୁତି ଜାରି ରହିଛି । ଏନେଇ ଭାରତୀୟ ସେନା ତରଫରୁ ବୟାନ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ସେନାର ଏକ ପେଟ୍ରୋଲିଂ ଟିମ୍ ଗତକାଲି ଭୂସ୍ଖଳନର ଶିକାର ହୋଇଥିଲା । ପରେ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ସେମାନାଙ୍କ ମଧ୍ୟରୁ କାହାକୁ ବି ଜୀବିତ ଭାବେ ଉଦ୍ଧାର କରାଯାଇ ପାରିନଥିଲା ।