ଆରପାରିରେ ‘ମହାଭାରତ’ର ଭୀମ

ନୂଆଦିଲ୍ଲୀ: ‘ମହାଭାରତ’ରେ ଭୀମ ଭୂମିକା ନିର୍ବାହ କରିଥିବା ପ୍ରବୀଣ କୁମାର ସୋବତୀଙ୍କ ମୃତ୍ୟୁ ଘଟିଛି । ପ୍ରବୀଣ କୁମାରଙ୍କଠାରେ ଛାତିରେ ସଂକ୍ରମଣ ସମସ୍ୟା ଥିଲା । ସୋମବାର ରାତିରେ ଅସହଜ ଅନୁଭବ କରିବାରୁ ଡାକ୍ତରଙ୍କୁ ଘରକୁ ଡକାଯାଇଥିଲା । ପରେ ହୃଦୟ ଗତି ଅଟକିଯିବା ଯୋଗୁ ରାତି ପ୍ରାୟ ୧୦ଟା ୧୫ କିମ୍ବା ୧୦ଟା ୩୦ ମଧ୍ୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ, ପଞ୍ଜାବରେ ଜନ୍ମିତ ପ୍ରବୀଣ କୁମାର ସୋବତୀ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମହାଭାରତରେ ଭୀମ ଭୂମିକା ନିର୍ବାହ କରି ସେ ଘରେ ଘରେ ପରିଚିତ ଥିଲେ ।