ରାଜଧାନୀରେ ୧୨ରୁ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରୁ ସବୁ ଧର୍ମାନୁଷ୍ଠାନ ଖୋଲିବ । ଏହି ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଏହାସହ ଆଧାର କିମ୍ବା ଭୋଟର କାର୍ଡ ଦେଖାଇବାକୁ ପଡ଼ିବ । ପୂଜକ ସମ୍ପୂର୍ଣ୍ଣ ଟିକା ନେଇଥିବା ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ । ୧୫ ବର୍ଷରୁ କମ୍ ପିଲା ଆଇଡି ପ୍ରୁଫ୍ ଦେଖାଇ ଅଭିଭାବକଙ୍କ ସହ ଯାଇପାରିବେ । ଉକ୍ତ ନିୟମ ଫେବୃଆରୀ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି ।