ହାଇଦ୍ରାବାଦ ଗସ୍ତ ବେଳେ ବାଟରେ ଅଟକିଲେ ମୋଦୀ: ବୁଲିଲେ, କ୍ଷେତରୁ ଖାଇଲେ ଚଣା

ହାଇଦ୍ରାବାଦ,ଏଜେନ୍ସି: ଶନିବାର ହାଇଦ୍ରାବାଦ ଗସ୍ତରେ ଆସି ଆଇସିଆରଆଇଏସ୍‌ଏଟିର ୫୦ ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ସେ ବେଶ ଭାଇରାଲ ହେବାରେ ଲାଗିଛି। ହାଇଦ୍ରାବାଦ ଆଇସିଆରଆଇଏସ୍‌ଏଟି ଗସ୍ତ ସମୟରେ ସେ ଫାର୍ମରେ ବୁଲୁଥିବା ବେଳେ ଚାଷ ହୋଇଥିବା ଚଣାକୁ ଗଛରୁ ଛିଣ୍ଡାଇ ଖାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।