ଗୋରଖପୁର ସିଟରୁ ନାମାଙ୍କନ ପତ୍ର ଦାଖଲ କଲେ ଯୋଗୀ, ସାଥୀରେ ଥିଲେ ଶାହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସିଟରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀଙ୍କ ସହ ଉପସ୍ଥିତ ଥିଲେ । ଯୋଗୀ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଆୟୋଜିତ ରାଲିରେ ଆଦିତ୍ୟନାଥଙ୍କ ନେତୃତ୍ୱକୁ ଶାହ ଖୁବ୍ ପ୍ରଶଂସା କରିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ମୁଁ ଏହା ଗର୍ବ ସହକାରେ କହିପାରିବି କି ଯୋଗୀ ଆଦିତ୍ୟନାଥ ଜୀ ୟୁପିକୁ ମାଫିଆ ମୁକ୍ତ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ୨୫ ବର୍ଷ ପରେ ଯୋଗୀ ଆଇନ ରାଜ ସ୍ଥାପିତ କରିଛନ୍ତି । ୟୁପିକୁ କରୋନା ମୁକ୍ତ କରିବାରେ ମଧ୍ୟ ସେ ଗୁରୁଦାୟିତ୍ୱ ବହନ କରିଛନ୍ତି ।