କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଥିବା ମତଭେଦ ସାମ୍ନାକୁ ଆସିଛି । ରାଜ୍ୟପାଳ ଜଗଦୀପଙ୍କୁ ଟ୍ୱିଟରରୁ ମୁଖ୍ୟମନ୍ତ୍ରୀ ମମତା ବ୍ଲକ କରି ଦେଇଛନ୍ତି । ରାଜ୍ୟପାଳଙ୍କ ଟ୍ୱିଟସ୍ ମୋତେ ବ୍ୟଥିତ କରିଛି ବୋଲି ମମତା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ପ୍ରେସ କନଫ୍ରେନ୍ସରେ କହିଛନ୍ତି ଯେ, ମୁଁ ଏଥିପାଇଁ ପୂର୍ବରୁ ହିଁ କ୍ଷମା ମାଗୁଛି । ରାଜ୍ୟପାଳ ଜଗଦୀପ ଧନଖଡ଼ ପ୍ରତିଦିନ ଆମ ବିରୋଧରେ କିଛି ନା କିଛି ଟ୍ୱିଟ୍ କରିଥାନ୍ତି । ସେ ଅସମ୍ବିଧାନିକ ଓ ଅନୈତିକ କଥା କହିଥାନ୍ତି । ସେ ପ୍ରତିଦିନ ଏମିତି ନିର୍ଦ୍ଦେଶ ଓ ପରାମର୍ଶ ଦେଇଥାନ୍ତି ଯେମିତି ନିର୍ବାଚିତ ସରକାର ଯେପରି ବନ୍ଧୁଆ ଶ୍ରମିକ । ସେଥିପାଇଁ ମୁଁ ତାଙ୍କୁ ଟ୍ୱିଟରରୁ ବ୍ଲକ୍ କରିଦେଇଛି ।